ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଦେଶର ବିଭିନ୍ନ ରାଜ୍ୟରେ ନୂତନ ରେଳ ମାର୍ଗ ନିର୍ମାଣ ପାଇଁ ୪୫ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି।
ଏଥିମଧ୍ୟରୁ ଓଡ଼ିଶାର ତିନିଟି ଗୁରୁତ୍ୱପୂର୍ଣ୍ଣ ମାର୍ଗ ରହିଛି, ଯାହା ଖଣି ଅଞ୍ଚଳକୁ ବନ୍ଦର ସହ ସିଧାସଳଖ ଯୋଡ଼ିବ।
ଏହି ପ୍ରକଳ୍ପ ଫଳରେ ମାଲ ପରିବହନ ଖର୍ଚ୍ଚ ହ୍ରାସ ପାଇବ ଏବଂ ପ୍ରାୟ ୫୦ ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ମିଳିବ।

